ଶୂନ୍ୟରୁ ଫେରିଲେ ସୁନିତା

ଲେଖକ (ପ୍ରକାଶଚନ୍ଦ୍ର ରାଉତ )

ଶୂନ୍ୟରୁ ଫେରିଲେ ସୁନି
—————
ମହାଶୂନ୍ୟ ଗର୍ଭୁ ଫେରିଲେ ସୁନିତା
ଆନନ୍ଦିତ ବିଶ୍ୱବାସୀ
ନବ ମାସର ଏ କାଳ କଳ୍ପନାର
ଅନ୍ତ ଦେଖି ସର୍ବେ ଖୁସି

ସୁନାଝିଅ ଆମ ସୁନିତା ଶୂନ୍ୟରେ
କରିବାକୁ ଗବେଷଣା
ନାସା ସହଯୋଗେ ଉଡିଯାଇଥିଲେ
ବିଜ୍ଞାନୀରେ ହୋଇ ଗଣା

ସାଥି ବୈଜ୍ଞାନିକ ବୁଚ୍ ଉଇଲ ମୋର୍
ସୁନିତା ବରିଷ୍ଠ ଯାତ୍ରୀ
ଭାସୁଥିଲେ ଦ୍ବୟ ହୋଇଣ ନିର୍ଭୟ
ଅନୁଧ୍ୟାନୀ ଦିବା ରାତ୍ରୀ

ଗବେଷଣା କାର୍ଯ୍ୟ ସରି ଆସିଥିଲା
ଫେରିବାଟା ଥିଲା ବାକି
ଏତିକି ବେଳକୁ ଯନ୍ତ୍ରଣା ଭରିଲା
ଯନ୍ତ୍ରବନ୍ଧୁ ଦେଇ ଡାକି

ଅସୁସ୍ଥ ଶରୀରେ ପୃଥିବୀ କୋଳକୁ
ଫେରିବାକୁ କଲା ମନା
ଫସି ଗଲେ ବୋଲି ମହାକାଶ ଚାରୀ
ଖେଳିଲା ଖବର ସିନା

ଆଧ୍ୟାତ୍ମିକ ବ୍ୟକ୍ତି ଈଶ୍ୱରକୁ ଡାକି
ପ୍ରାର୍ଥନା କରିଲେ କେତେ
ବିଜ୍ଞାନୀ ମଣିଷ ପାଞ୍ଚିଲେ ଉପାୟ
ଯନ୍ତ୍ର ଖଞ୍ଜି ଫେରା ପଥେ

କାଳର କରୁଣା ହେଲା ବୋଲି ଜାଣ
ଶୂନ୍ୟରୁ ଫେରିଲେ ସୁନି
ଧନ୍ୟଧନ୍ୟ ବୋଲି ଜଗତ କମ୍ପୁଛି
ଦେଇ ନାନା ଜୟଧ୍ୱନି
—***—-
@ପ୍ରକାଶ ଚନ୍ଦ୍ର ରାଉତ

Leave a comment

Design a site like this with WordPress.com
Get started