ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ ହେବ
– ବାଲି ଉଠାଣ ନେଇ ଲିଜ୍ଧାରୀଙ୍କ ଉପରେ ନଜର ରଖିବ ପଞ୍ଚାୟତ କମିଟି
– ବାଲି ଉଠାଣର ରେଜିଷ୍ଟର ବ୍ୟବହାର କରାଯିବ
– ସୁରକ୍ଷାକର୍ମୀ ଖାଦାନକୁ ଜଗିବେ
– ନିର୍ମାଣ କାମକୁ ଦେଖି କେତେ ବାଲି ଆବଶ୍ୟକତା ରହିଛି ବିଡିଓ ନିର୍ଦ୍ଧାରଣ କରିବେ
– ବାଲି ଚୋରି ରୋକିବାକୁ ତହସିଲଦାରଙ୍କ ଅଧୀନରେ ଏକ ଟିମ୍ କାମ କରିବ
– ଚୋରି ରୋକିବାକୁ ପ୍ରତ୍ୟେକ ବାଲିଘାଟରେ ସିସିଟିଭି ଲାଗିବତେବେ ଏହି ଏସଓପି ବାଲି ଚୋରିକୁ ରୋକିବାରେ କେତେ ସକ୍ଷମ ହେବ ସେ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ବେଆଇନ ବାଲି ଚାଲାଣ ଉପରେ ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଚଢଉ ଅଭିଯାନ ଆରମ୍ଭ ହୋଇଥିଲା । ଏହାପରେ ବାଲି ଉଠାଣ ଏକପ୍ରକାର ଠପ୍ ହୋଇଯାଇଥିଲା । ଏବେ ଆଶା କରାଯାଉଛି ସରକାରଙ୍କ ଏସଓପି ପରେ ବାଲି ଉଠାଣ ସ୍ବାଭାବିକ ହେବ ।

Leave a comment