
*ଆମ୍ ଆଦମୀ ପାର୍ଟି ପାଳନ କଲା ଶହୀଦ ଦିବସ*
ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଶାଖା କାର୍ଯ୍ୟାଳୟରେ ଶହୀଦ ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଶହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ ୯୪ ତମ ବଳିଦାନ ଦିବସରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଓ ପଙ୍କଜ ନାୟକ ଯୋଗଦେଇ ପୁଷ୍ପମାଲ୍ୟ, ଧୂପ ଦାନ ସହିତ ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେତେବେଳେ ଶହୀଦ ଭଗତ ସିଂହ, ରାଜଗୁରୁ ଓ ସୁଖଦେବ ଅତି କମ୍ ବୟସରେ ଭାରତ ବର୍ଷର ସ୍ୱାଧୀନତା ପାଇଁ ହସି ହସି ଫାସୀ ପରି କଠୋର ଦଣ୍ଡକୁ ଗ୍ରହଣ କରିଥିଲେ l ଭାରତରେ ଆଜିର ଯୁବ ପିଢ଼ିଙ୍କ ପାଇଁ ଏହା ଏକ ଉଦାହରଣ ପାଲଟି ଯାଇଛି l ଶ୍ରୀ ନାୟକ କହିଥିଲେ ସେହି ସମୟରେ ଇଂରେଜ ମାନେ ଭାରତକୁ ଲୁଟିବା ସହିତ ଲୋକମାନଙ୍କ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଥିଲେ l କିନ୍ତୁ ଏବେ ଆମ ଦେଶର ବିଭିନ୍ନ ଦଳର ବ୍ୟକ୍ତିମାନେ ଭାରତ ମାତାକୁ ଲୁଟୁଛନ୍ତି ଏବଂ ଅତ୍ୟାଚାର କରୁଛନ୍ତି l ଏହାର ମୁକାବିଲା କରିବାପାଇଁ ଆମ ଯୁବପିଢ଼ି ଆଗକୁ ଆସି ସେମାନଙ୍କ ସହିତ ଲଢ଼ିବା ଉଚିତ l ସଂଗ୍ରାମୀ କ୍ରାନ୍ତିକାରୀ ମାନେ ଚିନ୍ତା କରିଥିଲେ ଯେ ଇଂରେଜ ମାନେ ଗଲା ପରେ ଭାରତୀୟ ମାନଙ୍କୁ ଭଲ ଶିକ୍ଷା ମିଳିବ, ଭଲ ସ୍ୱାସ୍ଥ୍ୟ ସେବା ମିଳିବ, କୃଷକ ମାନଙ୍କୁ ତାଙ୍କ ଫସଲର ଉଚିତ ଦାମ୍ ମିଳିବ ଓ ସମସ୍ତଙ୍କ ପାଇଁ ସମାନ ଅଧିକାର ମିଳିବ l ମାତ୍ର ତାହା ଏପର୍ଯ୍ୟନ୍ତ ହୋଇପାରିଲାନି l ସ୍ୱାଧୀନତା ପରେ ସାମ୍ପ୍ରତିକ ପରିସ୍ଥିତିରେ ଭଗତ ସିଂ ଙ୍କ ବିଚାରଧାରା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନା ଚକ୍ରରେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ବେହେରା, ଶେଷଦେବ ବେହେରା, ମିଟୁ ମହାପାତ୍ର, ପିତାମ୍ବର ସାମନ୍ତରାୟ, ଅର୍ଧେନ୍ଦୁ ଶେଖର ବରାଳ, ପ୍ରସନ୍ନ ବରାଳ, ଆକୁଳ ସାହୁ ପ୍ରମୁଖ ଭାଗନେଇ ନିଜ ନିଜ ମତ ପ୍ରକାଶ କରିଥିଲେ l ଶେଷରେ ଚିନ୍ମୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ l
Leave a comment