ଗଡ଼ ଖଙ୍କିରା ରେ ବାଦପାଲା ମହୋତ୍ସବ

ଗଡଖଙ୍କିରାରେ ବାଦପାଲା ମହୋତ୍ସବ
ଢେଙ୍କାନାଳ ଜିଲ୍ଲାଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଗଡଖଙ୍କିରାରେ ଶ୍ରୀରାମ ନବମୀ ବାଦପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗାୟକ କେଶରୀ ରତ୍ନାକର ବାରିକ କେନ୍ଦୁଝର ଓ ଗାୟକ ପ୍ରବୃଦ୍ଧ ଲିଙ୍ଗରାଜ ବେହେରା ଯୋଗଦାନ କରି ଲୋକକଳା ପାଲା ପରିବେଷଣ କରିଥିଲେ। ଓଡିଶାର ସଂସ୍କୃତି, ସାହିତ୍ୟ, ଭାଷା ଓ ଚଳଣିସହ ହଜିଯାଇଥିବା ଓଡ଼ିଶୀ, ଛାନ୍ଦ ଚମ୍ପୁ, ଚଉପଦୀ ବ୍ୟାକରଣ ଓ ରାମାୟଣ ଓ ମହାଭାରତ ଆଲୋଚନା କରିଥିଲେ। ଶେଷରେ ଉଭୟ ଗାୟକ ତଥା ସମସ୍ତ କଳାକାରମାନଙ୍କୁ ଗ୍ରାମବାସୀଙ୍କ ତରଫରୁ ପ୍ରାକ୍ତନ ଶିକ୍ଷକ ହେମନ୍ତ ବ୍ରହ୍ମ,ପୂର୍ବତନ ସରପଞ୍ଚ ନରହରି ସାହୁ ଓ କବି ତଥା ସମାଜସେବୀ ଅଶୋକ ପତିଙ୍କ ଦ୍ୱାରା ଉପଢେକନ ଓ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଇଶ୍ୱରୀୟ ଚେତନାର ନବଜୀବନ ଉଦଜିବିତ ହୋଇଥିଲା।

Leave a comment

Design a site like this with WordPress.com
Get started