ଅନଲାଇନ ଗେମ ବଦଳାଇଦେଲା ଭାଗ୍ୟ

*ଅନଲାଇନ ଗେମ ବଦଳାଇଦେଲା ଭାଗ୍ୟ । ମାତ୍ର ୪୯ ଟଙ୍କା ଵିନିଯୋଗ କରି ୩ କୋଟି ଟଙ୍କା ଜିତିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖପଦା ଗାଁର ଯୁବକ ଅନୀଲ ତରାଇ  ।  ତାଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଅନୀଲ ଗାଁରେ ରହି ଚାଷ କାମ କରନ୍ତି ।  ତାଙ୍କ ସାଙ୍ଗ ସାଥି ଅନଲାଇନରେ  ଗେମ୍ ଖେଳୁଥିବା ଦେଖି ଅନୀଲ ମାତ୍ର ଚାରି ଦିନ ତଳେ ୧୧ ଜଣିଆ ଟିମ୍ କରି ମାଇ ଇଲେଭେନ୍ ସର୍କଲ ଗେମ୍ ଆପରେ ୪୯ ଟଙ୍କା ବିନିଯୋଗ କରିଥଲେ ।*

*ଚାରି ଦିନ ଗେମ୍ ଖେଳିବା ପରେ ଗତକାଲି ରାତି ଏଗାରଟା ବେଳେ ତାଙ୍କୁ ଏକ ଫୋନ କଲ୍ ଆସିଥିଲା  ।  ଯେଉଁଥିରୁ ଅନୀଲ ତିନି କୋଟି ଟଙ୍କା ସହ ଏକ ଥାର ଗାଡି ଜିତି ଥିବା ସୂଚନା ପାଇଥିଲେ । ରାତି ଗୋଟାଏ ବେଳକୁ ତାଙ୍କ ବ୍ୟାଙ୍କ ଖାତାକୁ ତିନିକୋଟି ଟଙ୍କା ଆସିଥିଲା । ଏ ଖବର ଜାଣିବା ପରେ ଅନୀଲଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖା ଦେଇଛି।*

Leave a comment

Design a site like this with WordPress.com
Get started