ଆଗ ଗୁଳି ମାଡ଼ ପଛରେ ପଥର ରେ ଛେଚି ହତ୍ୟା

ଗୁଳିରେ ମଲାନି ପଥର ରେ ଛେଚି ହତ୍ୟା

ଢେଙ୍କାନାଳସଦରବୀଭତ୍ସ,ଅମାନୁଷିକ,ବର୍ବର କାଣ୍ଡ । ଯାହା କହିଲେ ବି କମ୍ ହେବ । ଢେଙ୍କାନାଳରେ ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡ ।ଶୁଣିଲେନି ସ୍ତ୍ରୀର କାକୁତିମୀନତି,ଗୁହାରି । ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ଗୁଳି ମାରିଲେ । ମୃତ୍ୟୁ ନ ହେବାରୁ ଗୋଡାଇ ଗୋଡାଇ ପଥରରେ ଛେଚି ହତ୍ୟା କଲେ ଦୁର୍ବୃତ୍ତ । ରବିବାର ବିଳମ୍ବିତ ରାତିରେ କାରିଗର ସାହିରେ ଛାତିଥରା ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ।ରବିବାର ରାତି ପ୍ରାୟ ୧୧ଟା । ସବୁଦିନ ପରି ବାଇକରେ ଘରକୁ ଫେରୁଥିଲେ ସ୍ଥାନୀୟ ଅଞ୍ଚଳର ମହେଶ୍ବର ବେହେରା ଓରଫ ଟିଟନ । ଘର ପାଖାପାଖି ପହଞ୍ଚିଯାଇଥିଲେ । ହଠାତ ତାଙ୍କ ଉପରକୁ କିଛି ଯୁବକ ଗୁଳିକରିଥିଲେ । ଟିଟନଙ୍କ ଗୋଡରେ ୨ ରାଉଣ୍ଡ ଗୁଳି ବାଜିବାରୁ ସେ ବାଇକରୁ ଖସି ପଡିଥିଲେ । ଘର ପାଖରେ ଗୁଳି ଶବ୍ଦ ଶୁଣି ଟିଟନଙ୍କ ସ୍ତ୍ରୀ ପୂଜା ବାହାରକୁ ଦୌଡି ଆସିଥିଲେ । ଟିଟନ ସେଠାରୁ ଜୀବନ ବିକଳରେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କୁ ସେଠାରୁ ଘୋଷାଡି ନେଇ ପଥରରେ ଛେଚି ଦେଇଥିଲେ । ଟିଟନଙ୍କୁ ଛାଡିଦେବାକୁ ନେହୁରା ହୋଇଥିଲେ ସ୍ତ୍ରୀ ପୂଜା। ହେଲେ ତାଙ୍କର ଅନୁରୋଧ,କାନ୍ଦ ଦୁର୍ବୃତ୍ତଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା । ଟିଟନଙ୍କୁ ବୀଭତ୍ସ ଭାବରେ ହତ୍ୟା କରି ଘଟଣାସ୍ଥଳରୁ ଚଂପଟ ମାରିଥିଲେ ସେମାନେ ।ଢେଙ୍କାନାଳ ରେ ଗୁଳିକାଣ୍ଡ ପରେ ନ୍ୟାୟ ପାଇଁ ଶବ ରଖି ଶାସନ ଛକରେ ରାସ୍ତାରୋକ l

#ବୀଭତ୍ସ_ଛାତିଥରା_ଦୃଶ୍ୟ
#ପ୍ରଥମେ_ଗୁଳିମାଡ_ପରେ_ପଥରରେ_ଛେଚି_ହତ୍ୟା
ଢେଙ୍କାନାଳରେ ବଢିଛି କ୍ରାଇମ । ଆଇନକାନୁନ ପରିସ୍ଥିତି ଅସମ୍ଭାଳ ।ବୀଭତ୍ସ, ଛାତିଥରା । ପ୍ରଥମେ ଗୁଳିମାଡ । ତଳେ ପଡ଼ିଯିବା ପରେ ଘୋଷାଡ଼ି ନେଇ ପଥରରେ ଛେଚି ହତ୍ୟା । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ଯୁ । ଢେଙ୍କାନାଳ ଟାଉନ ଥାନା କାରିଗର ସାହିରେ ଘଟିଥିବା ଘଟଣା ଚାଞ୍ଚଲ୍ଯ ଖେଳାଇଦେଇଛି,

Leave a comment

Design a site like this with WordPress.com
Get started