କୋତ୍ତମ ନିକଟରୁ ବ୍ରାଉନ ସୁଗାର ଜବତ ସହିତ ବନ୍ଧୁକ ଜବତ,୨ ଗିରଫ ।
ଢେ଼ଙ୍କାନାଳ ସଦର : ବ୍ରାଉନ ସୁଗାର କାରବାରରେ ସଂପୃକ୍ତି ଥିବା ୨ ଯୁବକଙ୍କୁ ଢେଙ୍କାନାଳ ସଦର ପୁଲିସ ଗିରଫ କରିଛି । ସୂଚନାରୁ ଜଣାଯାଇଛି ଯେ ପାଟ୍ରୋଲିଂ କରୁଥିବା ସମୟରେ ବାଇକ OD06D4527 ରେ ୨ଯୁବକ କୋତ୍ତମ ରାସ୍ତାରେ ପୁଲିସକୁ ଦେଖି ଖସି ଯିବାକୁ ଚେଷ୍ଠା କରୁଥିଲେ । ପୁଲିସ ୨ଜଣଙ୍କୁ ଅଟକ ରଖିବା ସହ ଓଡ଼ାପଡ଼ା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ । ୨ ଯୁବକଙ୍କ ନିକଟରୁ ୧୫ ଗ୍ରାମ ବ୍ରାଉନସୁଗାର,ବନ୍ଧୁକ,ଗୁଳି ଜବତ କରିଥିଲେ । ଭାପୁରଫାଣ୍ଡି ଅଧିକାରୀ ପ୍ରଦୀପ ପାତ୍ରଙ୍କ ଅଭିଯୋଗ କ୍ରମେ କେଶ ରୁଜୁ ହୋଇଛି । ସଂପୃକ୍ତ ୨ଯୁବକଙ୍କ ମଧ୍ଯରୁ ଜଣେ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡନମ୍ବର ୩ର ଅଜୟ କୁମାର ସାହୁଙ୍କ ପୁଅ ଅବିନାଶ ସାହୁ (ବାବୁଲ) ବୟସ ୩୦ ଓ ଅନ୍ୟ ଜଣକ ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା ପାତ୍ରପଡା ଗ୍ରାମର ସାଗର ସେଠୀ ବୟସ (୨୭)। ୨ ଅଭିଯୁକ୍ତଙ୍କୁ ଗିରଫ ପରେ ଜେଲ ପଠାଇ ଦିଆଯାଇଥିବା ସଦର ଥାନା ଏସ୍ ଆଇ କୁମୁଦ ବିଶ୍ଵାଳଙ୍କ ସୂତ୍ରରୁ ଜଣାପଡିଛି ।



Leave a comment