ଢେଙ୍କାନାଳ ଓ ଅନୁଗୁଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଙ୍ଘ ପକ୍ଷରୁ କଳା ବ୍ୟାଚ ପରିଧାନ ସହ ଆନ୍ଦୋଳନ ଜାରି

୩ ଦଫା ଦାବୀ ନେଇ ଢେଙ୍କାନାଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ କଳାବ୍ୟାଚ୍ ପରିଧାନ ସହ ଆନ୍ଦୋଳନ ଜାରି ।

ଢେଙ୍କାନାଳ ସଦର : ଢେ଼ଙ୍କାନାଳ ବନଖଣ୍ଡ ଅଣ ଗେଜେଟେଡ଼ ବନ ସେବା ସଂଘ ପକ୍ଷରୁ ୩ ଦଫା ଦାବୀ ନେଇ କଳାବ୍ୟାଚ ପରିଧାନ ସହ ଆନ୍ଦୋଳନ ଆରମ୍ଭ ହୋଇଛି । ହିନ୍ଦୋଳରେ ଫରେଷ୍ଟ ଗାର୍ଡଙ୍କୁ ଶିକାରୀମାନେ ନିର୍ମମ ଭାବେ ହତ୍ୟା କରିଥିଲେ ଯାହା ବନ କର୍ମଚାରୀ ମାନଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହିତ ଫରେଷ୍ଟ କମିଶନ ଗଠନ,ପ୍ୟାକେଜ ସାଲାରୀ ଇନ୍ସୁରାନ୍ସ ପ୍ରଦାନ ଭଳି ଦାବି ରହିଛି । ଆଗାମୀ ୨୧ ତାରିଖ ଭିତରେ ଦାବୀ ପୂରଣ ନହେଲେ ୨୨ ତାରିଖ ଠାରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେବାସହ ସାମୁହିକ ଛୁଟିରେ ଯିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ଅନୁଗୁଳ ସର୍କଲ ବନ କର୍ମଚାରୀ ସଂଘ ଜୋନ ସଭାପତିଙ୍କ ସମେତ ଢେଙ୍କାନାଳ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଂଚଳର ଫରେଷ୍ଟ ଗାର୍ଡ,ଫରେଷ୍ଟର ଓ ଡେପୁଟି ରେଞ୍ଜରମାନେ ଉପସ୍ଥିତ ଥିଲେ ।

Leave a comment

Design a site like this with WordPress.com
Get started