ସହରର ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ,ଜୋରିମନା ଆଦାୟ ।
ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି ହଇଜା । ଭୁବନ ଓ ଗନ୍ଦିଆରେ ବ୍ୟାପିଥିବା ବେଳେ ଏହାକୁ ଆୟତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମଙ୍ଗଳବାର ଦିନ ସଂନ୍ଧ୍ୟା ସମୟରେ ସହରର ବିଭିନ୍ନ ଉଠା ଦୋକାନୀ ମାନଙ୍କରେ ଠେଲାଗାଡି ଉପରେ ଯାଞ୍ଚ କରାଯାଇଛି । ଏହା ସହିତ ବିଭିନ୍ନ ହୋଟେଲ ମାନଙ୍କରେ ଚଢାଉ କରାଯାଇ ବାସୀଖାଦ୍ୟ,ରଙ୍ଗ ମିସା ଖାଦ୍ୟ,ଏବଂ ନିମ୍ନମାନର ଖାଦ୍ୟ ସବୁକୁ ଜବତ କରାଯାଇଛି ଏବଂ କିଛି ଦୋକାନୀ ମାନଙ୍କ ଉପରେ ଜୋରିମନା ମଧ୍ୟ ଆଦାୟ କରାଯାଇ ତାଗିଦ୍ କରାଯାଇଛି । ଏହି ଚଢ଼ାଉରେ ଖାଦ୍ୟ ନିରାପତ୍ତା ଅଧିକାରୀ,କର୍ମଚାରୀ,ପୌର କର୍ମଚାରୀମାନେ ଉପସ୍ଥିତ ଥିବା ସୂଚନା ମିଳିଛି ।


Leave a comment