ତମେ ଦେଖୁଛ ତ୍ ମହାବାହୁ ? କୁହାଯାଏ ଚକାଆଖି ସବୁ ଦେଖୁଛି। ନା ଆଖି ବୁଜିଦେଇ ଯାତ୍ରା ନିଦ୍ରାରେ ଶୋଇଛ। ତମେ ରାଗିଛ କି ? କାହା ଉପରେ ରାଗିଛ ? ଯାହା ଯାହା ସବୁ ଘଟୁଛି ତମେ କଣ ଅନୁଭବ କରୁନ ପୁରୀକୁ ଆସିବାକୁ ଲୋକ ଭୟ କରିବେ ବୋଲି। ତମକୁ ଦେଖିବାକୁ ଆସି ପ୍ରାଣ ଦେଉଛି ତମ ଭକ୍ତ। କେତେ ଆଉ ତା ଭକ୍ତିର ପରୀକ୍ଷା ନେବ। ଭେଣ୍ଡିଆ ପୁଅ ତା ମା କୁ ହରାଇ ଭୋ ଭୋ ହୋଇ କାନ୍ଦୁଛି। ଅଷ୍ଟମ ପଢୁଥିବା ଝିଅ କହୁଛି ମା କୁ ଯେତେ ଡାକିଲି ଶୁଣିଲାନି। କଣ ଏ ବି ତୁମର ଇଛା ? ଆମ ପୁରୀ ଆଜି ଏମିତି କାହିଁକି? କାହିଁକି ଏତେ ବିଭ୍ରାଟ, ବିଶ୍ରୁଖଳା ଏବଂ ଅସନ୍ତୋଷ। ସବୁ ପରା ତୁମର ଭକ୍ତ। ତୁମେ ପରା ଲୀଳାମୟ।
ପ୍ରଭୁ କଣ ସବୁ କରୁଛ ? ଏତେ ବିଭ୍ରାଟ କଣ ପାଇଁ ? ଲୋକ କଣ ପୁରୀକୁ ତୁମ ଦର୍ଶନ ପାଇଁ ଆସି ଜୀବନ ଦେବେ ? ତେବେ ତୁମେ କେମିତି ରକ୍ଷାକାରୀ ? ଗତକାଲି ବିଳମ୍ବିତ ରାତି ଦଳା ଚକଟାରେ ୩ ଜଣଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ବ୍ୟଥିତ କରିଛି।
ପ୍ରଭାତୀ ଦାସ, ଘର ଖୋର୍ଦ୍ଧା ଅଞ୍ଚଳରେ ,
ପ୍ରେମକାନ୍ତ ମହାନ୍ତି, ଭୁବନେଶ୍ବରରେ ଘର ସେହିପରି ଖୋର୍ଦ୍ଧାର ବାସନ୍ତୀ ସାହୁ ଏମାନେ କଣ ତୁମର ଭକ୍ତ ନଥିଲେ। କି କଷ୍ଟ, କି ଦୁଃଖ ! ସମସ୍ତଙ୍କୁ କ୍ଷମା କର ପ୍ରଭୁ। ଆଉ ରାଗନି । ଶାନ୍ତ ହୁଏ ହେ କାଳିଆ ସାଆନ୍ତ। ଏହି ଚିଠି ଟି ସୋସିଆଲ ରେ ଢେଙ୍କାନାଳ ର ବିଜେଡି ବିଜେଡି କର୍ମୀ ସନ୍ଦୀପ ଷଡ଼ଙ୍ଗୀ ଲେଖିଥିବା ସୂଚନା ରୁ ଜଣାଯାଇଛି #Puri #stampade #Odisha #RathYatra2025


Leave a comment