ନବ ନିର୍ମାଣ କୃଷକ ସଙ୍ଘଠନ ର ସଭାପତି ପ୍ରହ୍ଲାଦ ସାହୁ ଜନ ଶୁଣାଣି ଶିବିରରେ ଜିଲ୍ଲା ପାଳଙ୍କ ଦ୍ୱାରସ୍ତ

ନବ ନିର୍ମାଣ କୃଷକ ସଙ୍ଘଠନ ଧାନ ବିକ୍ରି ନେଇ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚଳିତ ବର୍ଷ ନୂଆ ନିୟମକୁ ନେଇ ଢେଙ୍କାନାଳ ନବ
ନିର୍ମାଣ କୃଷକ ସଂଗଠନ ସଭାପତି ପ୍ରହଲ୍ଲାଦ ସାହୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜନଶୁଣାଣିରେ
ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ୍‌ଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ନୂଆ ନିୟମ
ଅନୁଯାୟୀ ଯାହା ନାମରେ ଜମି ଅଛି ସେ କେବଳ ବିକ୍ରି କରିପାରିବେ ବୋଲି ଦର୍ଶାଯାଇଛି । ବହୁତ ଲୋକଙ୍କର
ଜେଜେ ବାପାଙ୍କ ନାମରେ ପଟ୍ଟା ଅଛି ଏବଂ ସେ ମୃତ ହୋଇଗଲେଣି, ଅନ୍ୟ ପୁଅ, ନାତିମାନଙ୍କ ନାମକୁ ଆସିନାହିଁ ସେ କ୍ଷେତ୍ରରେ ପୁଅ ଓ ନାତିମାନେ ହଇରାଣ ହେଉଛନ୍ତି । ଆହୁରି ଅନେକ ପଟ୍ଟାରେ ଦୁଇ/ତିନିଜଣ ଅଂଶିଦାର ଅଛନ୍ତି, ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ପଟ୍ଟା କରିପାରି ନାହାଁନ୍ତି, ଏପରି ସ୍ଥଳେ କିପରି ଆଗରୁ ଯେଉଁ ନିୟମ ଅନୁସାରେ ରେଜିଷ୍ଟ୍ରି କରାହେଉଥୁଲା, ସେହି ଅନୁସାରେ ଧାନ ବିକିବା ପାଇଁ ତାଲିକା କରାଯାଉ ଏବଂ ମଣ୍ଡିରେ ବିଗତ ବର୍ଷ କ୍ୟୁଇଂଟାଲ୍ ପିଛା ୨ କେଜି କଟା ଯାଉଥିଲାବେଳେ ଗତ ୨୦୨୪ ମସିହାରେ ବିଜେପି ସରକାର ଆସିବା ପରେ ଶୁଖିଲା ଧାନ କ୍ୟୁଇଁଟାଲ୍ ପିଛା ୫ କେଜି ଠାରୁ ଆରମ୍ଭ କରି ୧୦ କେଜି ପର୍ଯ୍ୟନ୍ତ କଟାଯାଉଛି ବୋଲି ନବ ନିର୍ମାଣ କୃଷକ ସଂଘ ସଭାପତି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । ତେଣୁ ଏହିସବୁ ଅସୁବିଧାକୁ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇଛନ୍ତି ।

Leave a comment

Design a site like this with WordPress.com
Get started