ଫୋନରେ ମା ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କଲେ BSF

ମାଆକୁ ମୋବାଇଲରେ ମେସେଜ ପଠାଇଲେ, ପରେ ଫୋନରେ ମାଆ ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କଲେ BSF ଯବାନ l ମୃତ ଯବାନ ଜଣକ କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ  l

ସୂଚନା ଅନୁସାରେ ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ଏବେ ସେ ଜାମ୍ମୁ କାଶ୍ମୀରଠାରେ କାର୍ଯ୍ୟ କରୁଥିଲେ l ୯ ଦିନ ତଳେ ସେ ଘରକୁ ଆସି ଛୁଟି କଟାଇ ଜାମ୍ମୁ କାଶ୍ମୀର ଯାଇଥିଲେ । ଆଜି ସଂନ୍ଧ୍ୟା ସମୟରେ ଡ୍ୟୁଟିରେ ଥିବାବେଳେ ସେ ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି l

ବଡ଼କଥା ହେଉଛି ସୁରେଶ ନିଜ ଆତ୍ମହତ୍ୟାର କାରଣ ବିଷୟରେ ତାଙ୍କ ମାଆଙ୍କ ଫୋନକୁ ମେସେଜ ପଠାଇବା ସହ ତାଙ୍କ ଆତ୍ମହତ୍ୟା ପାଇଁ ନିଜ ସ୍ତ୍ରୀ, ସାନଭାଇ ଓ ନିଜ ଶ୍ୱଶୁର ଘରକୁ ଦାୟୀ କରିଛନ୍ତି l ତେବେ ସୁରେଶଙ୍କ ମରଶରୀର ଜାମ୍ମୁ କାଶ୍ମୀରରେ ଥିବା ତାଙ୍କ ମାଆଙ୍କୁ ସୂଚନା ଦିଆଯାଇଛି l ଆସନ୍ତାକାଲି ତାଙ୍କ ମରଶରୀର କାମାକ୍ଷାନଗରରେ ପହଞ୍ଚିବା ନେଇ ସୂଚନା ରହିଛି ।

କାମାକ୍ଷାନଗର ଖବର

Leave a comment

Design a site like this with WordPress.com
Get started