

ଜିଲ୍ଲା ଚିକିତ୍ସାଳୟରେ ଆବଶ୍ୟକ ମୁତାବକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି, ଅଲଟ୍ରା ସାଉଣ୍ଡ ମେସିନ ଟେକନିସିଆନ, ବିଭିନ୍ନ ଯନ୍ତ୍ରାଂଶ ପାଇଁ ଅପରେଟର ନିଯୁକ୍ତି ଆସନ୍ତା ୧୫ ଦିନ ମଧ୍ୟରେ କରlନଗଲେ ଆମ୍ ଆଦମୀ ପାର୍ଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବ ବୋଲି ଚେତାବନୀ ଦେଇଛି l ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହାର ନକଲ ସ୍ୱାସ୍ଥ୍ୟ ମନ୍ତ୍ରୀ, ମନ୍ତ୍ରଣାଳୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି l
#newsodiaodisha
#dhenkanalupdate
Leave a comment