ଯୋରନ୍ଦା ଠାରେ ହାଟରୁ ପରିବା କିଣିବା ବେଳେ ବେବସାୟୀ ଙ୍କ ରୁପା ସହିତ ବ୍ୟାଗ ଚୋରି ଥାନାରେ ଏତଲା

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଠାରେ ହାଟରୁ ପରିବା କିଣିବା ବେଳେ ବ୍ୟବସାୟୀଙ୍କ ରୁପା ସହିତ ବ୍ୟାଗ୍ ଚୋରି, ଥାନାରେ ଏତଲା


ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ହାଟ ଠାରେ ଆଜି ତା ୩୦।୮ ରିଖ ଅପରାହ୍ନ ୧ ଘଣ୍ଟା ସମୟରେ ଜଣେ ବୁଲା ବେପାରୀଙ୍କ ବ୍ୟାଗରୁ ପ୍ରାୟ ୩ କିଗ୍ରା ଓଜନର ରୁପା ସହିତ ବ୍ୟାଗ ଚୋରି ହୋଇଯାଇଛି। ସୂଚନା ଅନୁସାରେ କରମୂଳ ଗ୍ରାମର ପ୍ରତାପ ମହାରଣା ଦଧିସିଙ୍ଗା ଗ୍ରାମରେ ଭଡ଼ାଘରେ ରହି ଯୋରନ୍ଦା ତଥା ଆଖପାଖ ଅଞ୍ଚଳରେ ରୁପା ପାଉଁଜି ଓ ଆଲୁମିନିୟମ ବାସନକୁସନ ଲୁନା ସାହାଯ୍ୟରେ ବିଭିନ୍ନ ଗ୍ରାମରେ ବିକ୍ରି କରନ୍ତି। ଆଜି ଯୋରନ୍ଦା ଗ୍ରାମରେ ବ୍ୟବସାୟ କରି ସାରି ଯୋରନ୍ଦା ହାଟରୁ ପରିବା କିଣିଥିଲେ। ଏହି ସମୟରେ କେହି ଦୁବ୍ରୃତ୍ତ ତାଙ୍କ ଗାଡିରୁ ବ୍ୟାଗ୍ ଚୋରିକରି ନେଇଛି।

Leave a comment

Design a site like this with WordPress.com
Get started