-
ଢେଙ୍କାନାଳ ହିନ୍ଦୋଳ ବ୍ଲକ ର ଫୁଣି ସାଂସଦ ଭେଟ ଘାଟ
ଏହି ଚେହେରା ସବୁଠାରେ ଜଣାଶୁଣା।ଏହି ଚେହେରା ସଭିଙ୍କର ପ୍ରିୟ।ଏହି ଚେହେରା ସଭିଙ୍କର ଆପଣାର।ଏହି ଚେହେରା ଯୁବକ, ଛାତ୍ର ଛାତ୍ରୀ ଓ ମା ଭଉଣୀଙ୍କ ପାଇଁ ବିଶ୍ବାସର ବିଶାଳ ପ୍ରାଚୀର।ଏହି ଚେହେରାକୁ ଯେତେବେଳେ ବିରୋଧୀ ସ୍ୱପ୍ନ ହେଉ ଅବା ସାମ୍ନାରେ ଦେଖନ୍ତି ବିରୋଧୀଙ୍କ ପେଣ୍ଟ୍ ଢ଼ିଲା ହୋଇଯାଏ।ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ବିଜୁ ଜନତା ଦଳ ଢ଼େଙ୍କାନାଳର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ 🙏🙏🙏MahMahesh SahoohMahesh Sahoo
-
ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ : ନବୀନଙ୍କୁ ନେଇ ବିଜେପିର ଆଭିମୁଖ୍ୟ କ’ଣ, ସାକ୍ଷାତକାରରେ ରଖିଲେ ପ୍ରତିକ୍ରିୟା ବିଜେଡି ଓ ବିଜେପି ବନ୍ଧୁତ୍ୱକୁ ନେଇ ଚର୍ଚ୍ଚା ଚାଲିଛି । ଏହି ସମୟରେ ଏକ ସାକ୍ଷାତକାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖବର ସରବରାହ ସଂସ୍ଥା ଏ.ଏନ.ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ନବୀନଙ୍କ ବାବଦରେ ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ସାକ୍ଷାତକାରରେ ନବୀନଙ୍କୁ ବିଜେପି କିଭଳି ଦେଖେ ସେ ବାବଦରେ କହିଛନ୍ତି ଧର୍ମେନ୍ଦ୍ରଯେତେବେଳେ କି ଏନଡିଏରେ ନଥାଇ ନବୀନ ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିଛନ୍ତି ।
ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ : ନବୀନଙ୍କୁ ନେଇ ବିଜେପିର ଆଭିମୁଖ୍ୟ କ’ଣ, ସାକ୍ଷାତକାରରେ ରଖିଲେ ପ୍ରତିକ୍ରିୟା ବିଜେଡି ଓ ବିଜେପି ବନ୍ଧୁତ୍ୱକୁ ନେଇ ଚର୍ଚ୍ଚା ଚାଲିଛି । ଏହି ସମୟରେ ଏକ ସାକ୍ଷାତକାର ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖବର ସରବରାହ ସଂସ୍ଥା ଏ.ଏନ.ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କ ସହ ସାକ୍ଷାତକାରରେ ନବୀନଙ୍କ ବାବଦରେ ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏହି ସାକ୍ଷାତକାରରେ ନବୀନଙ୍କୁ ବିଜେପି କିଭଳି…
-
ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ର ନବିକରଣ ୨୫ କୋଟି ଟଙ୍କା ବୟୟ ଅଟକଳରେ ପୁନର୍ବିନାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆୟୋଜିତଢେଙ୍କାନାଳ ଭି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ବିଧାୟକ ସୁଧର କୁମାର ସାମଲ ଯୋଗଦେଇ ଜିଲ୍ଲାର ଉନ୍ନତିକରଣ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ପାଇଁ କହିଥିଲେ । ଏହି ରେଳ ଷ୍ଟେସନ୍ ଆଧୁନିକିକରଣ ହେବା ଦ୍ବାରା ଜିଲ୍ଲାର ୮ଟି ବ୍ଲକ୍ର ଲୋକମାନେ ଉପକୃତ ହୋଇପାରିବେ । ମୁଖ୍ୟ ରେଳ ଷ୍ଟେସନ ଉପରେ ବହୁ ଲୋକ ନିର୍ଭର କରିଥାନ୍ତି। ରେଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।ଏହାର ନବିକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏହି ରେଳ ଷ୍ଟେସନ୍ ନବିକରଣ ନିମନ୍ତେ ୨୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥ୍ ଭାବରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦଙ୍କ ପ୍ରତିନିଧୂ ପ୍ରତାପ ଦାସ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ରେଳ ଷ୍ଟେସନ ମାଷ୍ଟର ମନୋଜ ପାଣ୍ଡେ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ବିଜେପି ନେତା ରାମଚନ୍ଦ୍ର ପାତ୍ର, ସନାତନ ବେହେରା, ପୂର୍ବତନ ନଗରପାଳ ସୁନିଲ୍ ଶର୍ମାଙ୍କ ସମେତ ପୌରପରିଷଦର କାଉନ୍ସିଲର ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସହ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ର ନବିକରଣ ୨୫ କୋଟି ଟଙ୍କା ବୟୟ ଅଟକଳରେ ପୁନର୍ବିନାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆୟୋଜିତ ଢେଙ୍କାନାଳ ଭି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ବିଧାୟକ ସୁଧର କୁମାର ସାମଲ ଯୋଗଦେଇ ଜିଲ୍ଲାର ଉନ୍ନତିକରଣ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ପାଇଁ କହିଥିଲେ । ଏହି ରେଳ ଷ୍ଟେସନ୍ ଆଧୁନିକିକରଣ ହେବା ଦ୍ବାରା ଜିଲ୍ଲାର ୮ଟି ବ୍ଲକ୍ର…
-
*ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ, ହାତୀ ଆକ୍ରମଣରେ ମୃତ୍ୟୁ ସନ୍ଦେହ*କାମାକ୍ଷାନଗର ୬ ।୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମ ନିକଟସ୍ଥ ସୁନ୍ଦରାଖୋଲ ସରଂକ୍ଷିତ ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ ହୋଇଛି । ମୃତକ ହେଲେ ବାଲିପଶି ଗ୍ରାମର ବେଣୁଧର ସାହୁ । ସେ ଗତ ଜୁଲାଇ ୭ ତାରିଖରେ କଙ୍କିଳି ଗ୍ରାମକୁ ଟୋଲ ମଞ୍ଜି ପେଡିବାକୁ ଯାଇ ନିଖୋଜ ଥିଲେ । ତେବେ ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ ।ତେବେ ଶନିବାର ସକାଳେ କଙ୍କିଳି ଗ୍ରାମର କିଛି ଲୋକ ଛତୁ ଖୋଜିବାକୁ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲ ଭିତରେ ଏକ କଙ୍କାଳ ପଡ଼ିଥିବା ଦେଖିବା ପରେ ନିଖୋଜ ବୃଦ୍ଧଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ମୃତକଙ୍କ ପରିବାର ଘଟଣାସ୍ଥଳକୁ ଯାଇ ନିଖୋଜଙ୍କ ପୋଷାକ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଓ ବନ ବିଭାଗ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଛନ୍ତି । ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଦାବି କରିଛନ୍ତି ।
*ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ, ହାତୀ ଆକ୍ରମଣରେ ମୃତ୍ୟୁ ସନ୍ଦେହ* କାମାକ୍ଷାନଗର ୬ ।୮: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମ ନିକଟସ୍ଥ ସୁନ୍ଦରାଖୋଲ ସରଂକ୍ଷିତ ଜଙ୍ଗଲରୁ ନିଖୋଜ ବୃଦ୍ଧଙ୍କ କଙ୍କାଳ ଠାବ ହୋଇଛି । ମୃତକ ହେଲେ ବାଲିପଶି ଗ୍ରାମର ବେଣୁଧର ସାହୁ । ସେ ଗତ ଜୁଲାଇ ୭ ତାରିଖରେ କଙ୍କିଳି ଗ୍ରାମକୁ ଟୋଲ ମଞ୍ଜି ପେଡିବାକୁ ଯାଇ ନିଖୋଜ ଥିଲେ । ତେବେ ପରିବାର ଲୋକ ବହୁ ଖୋଜାଖୋଜି କରିବା…
-
ଗଁଦିଆ ପ୍ରାଥମିକ ଶିକ୍ଷକଙ୍କ ର ୩ ଦଫା ଦାବିପତ୍ର ପ୍ରଦାନଢେଙ୍କାନାଳ ଜିଲ୍ଲା ଆଦ୍ୟ ତା ୫/୮/୨ 0୨୩ ରିଖ ଶନିବାର ଦିନ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେଷନ (AUPTF)ର ଆନୁକୂଲ୍ୟରେ ଗଁଦିଆ ବ୍ଲକ ରେଥିବା ସମସ୍ତ ବର୍ଗର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ଏକତ୍ରିତ ହୋଇ ମିଳିତ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗଁଦିଆ ଗୋଷ୍ଠି ଶିକ୍ଷlଧିକାରୀଙ୍କ ଜରିଆରେ ୩ ଦଫା ଦାବି ପ୍ରଦାନ କରାଯାଇଥିଲା ଦାବି ଗୁଡିକ ଯଥାକର୍ମେ ଏକ -ଶିକ୍ଷକ ମାନଙ୍କର ଠିକlନିଯୁକ୍ତି ଉଛେଦ ୨ -ଅବିକଳ କେନ୍ଦ୍ରୀୟ ହାରରେ ବେତନା ୩ -ପୁରୁଣା ପେନସନ (ops)ପୁନଃପ୍ରଚଳନ ଏହି କାର୍ଯ୍ୟକର୍ମ ରେ AUPTF ର ଉପସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ, ସମ୍ପାଦକ ଶ୍ରୀ ଶରତ କୁମାରସlହୁ, NPS ସଙ୍ଘ ର ସଭାପତି ଶ୍ରୀ ଛାୟା ପ୍ରକାଶ ବେହେରା, ସମ୍ପାଦକ ଶ୍ରୀ ଜିତେନ୍ଦ୍ର ରାଉତ, EXCARDER ସଂଘ ର ସଭାପତି ଶ୍ରୀ ଲଷ୍ମୀଧର ରାଉତ,ତଥା ବିଭିର୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ଶ୍ରୀ ସୁବାଷ ଚନ୍ଦ୍ର ସ୍ୱାଇଁ ମହାଦେବ ପରିଡା, ପ୍ରତାପ ଚନ୍ଦ୍ର ବାରିକ,ଗୌରହରି ଭୋଇ,ତ୍ରିଲୋଚନ ମଲ୍ଲିକ,ପରେଶ ବରାଳ,ରବିନାରାୟଣ ବେହେରା,କୈଳାସ ଚନ୍ଦ୍ର ସାହୁ,ଶିକ୍ଷୟତ୍ରୀ ଅନିମା ପରିଡା, ଲିପିସା ସାହୁ,ସ୍ଵର୍ଣ୍ଣପ୍ରଭା ପତି,ଏହି କାର୍ଯ୍ୟକର୍ମ ରେ ଯୋଗଦାନ କରିଥିଲେ
ଗଁଦିଆ ପ୍ରାଥମିକ ଶିକ୍ଷକଙ୍କ ର ୩ ଦଫା ଦାବିପତ୍ର ପ୍ରଦାନ ଢେଙ୍କାନାଳ ଜିଲ୍ଲା ଆଦ୍ୟ ତା ୫/୮/୨ 0୨୩ ରିଖ ଶନିବାର ଦିନ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ଫେଡେରେଷନ (AUPTF)ର ଆନୁକୂଲ୍ୟରେ ଗଁଦିଆ ବ୍ଲକ ରେଥିବା ସମସ୍ତ ବର୍ଗର ସମସ୍ତ ଶିକ୍ଷକ ଓ ଶିକ୍ଷତ୍ରୀ ଏକତ୍ରିତ ହୋଇ ମିଳିତ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଗଁଦିଆ ଗୋଷ୍ଠି ଶିକ୍ଷlଧିକାରୀଙ୍କ ଜରିଆରେ ୩ ଦଫା ଦାବି ପ୍ରଦାନ କରାଯାଇଥିଲା ଦାବି ଗୁଡିକ ଯଥାକର୍ମେ ଏକ -ଶିକ୍ଷକ ମାନଙ୍କର…
-
ଘର ହିଁ ବିଦ୍ୟାଳୟ ର ପ୍ରକଳ୍ପ
ଘର ହିଁ ବିଦ୍ୟାଳୟ ପ୍ରକଳ୍ପଅଦ୍ୟ ତା.୦୪/୦୮/୨୦୨୩ରିଖ ଶୁକ୍ରବାର ଦିନ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର, ଝିଲିମିଣ୍ଡା ଠାରେ “ଘର ହିଁ ବିଦ୍ୟାଳୟ”ପ୍ରକଳ୍ପର ପଞ୍ଚମ ସୋପାନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀମା ମେହେରମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ମଙ୍ଗଳକାମନା କରିଥିଲେ।ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଅତିଥି ପରିଚୟ, ସ୍ବାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶ୍ରୀମାନ୍ ତାପସ ଭୋଇମୁଖ୍ୟ ବକ୍ତା ଭାବେ ଯୋଗ ଦେଇ”ଜୀବନର ଘନିଷ୍ଠତମ…
-
ବନ୍ଧନୂଆ ଗାଁ ଉପ୍ରାସ୍କୁଲ ଚାଲୁନଥିବା ନେଇ ଗ୍ରାମବାସୀଙ୍କ ରାସ୍ତା ରୋକ
ବନ୍ଧ ନୂଆଗାଁ ଉପ୍ରା ସ୍କୁଲ ଗ୍ରାମରେ ନ ଥିବା ସୂଚନା ଗ୍ରାମବାସୀ ଯେତେ ସରକାରୀ କର୍ମଚାରୀଙ୍କୁ ଜଣାଇଲେବି ମିଳୁନି ସହାୟତା ବାଧ୍ୟତା ମୂଳକ ଗ୍ରାମବାସୀଙ୍କ ରାସ୍ତା ରୋକ, କୋଣସି ବାଇକ ବସ କୁ ଅଟକାଇ ଦାବି ପୂରଣ ନ ହେଲେ ଛଡା ଯିବନି ବୋଲି ସୂଚନା,
-
ସହରୀ ସକାଳ(ଥିଙ୍କର୍ସ ଫୋରମ)
ସହରୀ ସକାଳ———–ଏଠି କିନ୍ତୁ ଗୋବରପାଣିରେଖରକାଯାଏନି ମାଟିର ଅଗଣା || ପାହାନ୍ତି ପହରୁ ଘଷିମାଜି ଗାଧାଏନି ଭୂଆସୁଣୀ ବୋହୁ ଠାକୁର ଘରୁ ଶୁଭେନାହିଁ ସକାଳର ଶୁଭଶଙ୍ଖ କାଉ ରାବିଲେ ବଢ଼ାଯାଏନି ତିନିମୁଠା କୁରି | କୂଅର ଚଉତରା ପାଖେଭିଡ଼ ନଥାଏ ବୟସ୍କ ମାନଙ୍କରରାଣିଆ ମାଆ ମାନେଦେଖାଯାଆନ୍ତିନି ଏଇଠି ସାହିଭାଇ ଖବର ବାଣ୍ଟିବାକୁ ତଥାପି ସକାଳ ଆସେ ଏ ସହରକୁ ରାତିର ସେ କଳାମଚମଚବହଳିଆ ଛାତିଟାକୁ ଚିରି | ସକାଳ ହେଲେ ଏଇଠିହଳୁଆ ନିଏନି ହଳଦାଣ୍ଡପଟୁ ଶୁଭେନାହିଁ ବଳଦଙ୍କ ଟପଟାପ…
-
ସାମାଜିକ ଅନୁଷ୍ଠାନ”ଆମ ପରିବାର, ଅତାବିରା” ପକ୍ଷରୁ ସମଲପୁରୀ ଦିନ୍ ଉଚ୍ଛବ ପାଳିତବରଗଡ଼:-(୨.୮)ଗତବର୍ଷ ଭଲି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରା ର ନବ ଗଠିତ ସାମାଜିକ ଅନୁଷ୍ଠାନ”ଆମ ପରିବାର,ଅତାବିରା” ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ କୁ ଦ୍ୱିତୀୟ ବର୍ଷ ରେ ଧୁମଧାମରେ ପାଳିତ ହୋଇଯାଇଛି।ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ”ଆମ ପରିବାର,ଅତାବିରା” ସାମାଜିକ ଅନୁଷ୍ଠାନ ର ସଭାପତି ତଥା ମୁଖ୍ୟ ସାମ୍ବାଦିକ ନବୀନ ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ,ସମ୍ମାନିତ ଅତିଥି ଭାବେ ମହାରାଜ ରାବଣ ସୁଶୀଲ ମେହେର,ବରଗଡ଼ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା,ପ୍ରଖ୍ୟାତ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ,ବାଦ୍ୟ କାର ଚୁଡ଼ାମଣି ପଶାୟତ,ଜଣାଶୁଣା ସମାଜସେବୀ ଭିମସାର୍ ବୁର୍ଲାର ଏସିସଟାଣ୍ତ ପ୍ରଫେସର ଡ଼କ୍ଟର ଶଙ୍କର ରାମଚନ୍ଦାନି,ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ପ୍ରମୁଖ ଯୋଗଦେଇଥିଲେ।ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ତୈଳ ଫଟୋଚିତ୍ରରେ ଧୁପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମଲପୁରୀ ଦିନ୍ ଉଚ୍ଛବ୍ ଆରମ୍ଭ ହୋଇ ଥିଲା।ଗବେଷକ ଲୋକ ସାହିତ୍ୟ ଲେଖକ ଲରମ୍ଭା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ ନାଥ ଙ୍କ ପରିଚାଳନା କ୍ରମେ ବରଗଡ଼ ଜିଲ୍ଲା ସଂସ୍କୃତି ବିଭାଗ ଉପ ସଭାପତି ଅମୃତ ବାରିକ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଗାଇସିଲେଟ ବ୍ଲକରୁ,କରମ ସାନି ଦଲ ଲରମ୍ଭା,ସାଂସ୍କୃତିକ କାର୍ଯ୍ୟକ୍ରମ ପରି ଚାଳନା ରେ ଥିଲେ ନାଟ୍ୟକାର ମନୋଜ ଭୋଇ,ଶଙ୍କର ବାରିକ,ଅବସର ପ୍ରାପ୍ତ ଶିକ୍ଷକ କୈଳାସ ମହାରଣା,ଜଣାଶୁଣା କବୟତ୍ରୀ ମମତା ସୁଶାରୀ,ସମାଜ ସେବୀକା ବୀଣାପାଣି ପଣ୍ଡା,ଅରୁଣା ମହାପାତ୍ର,ବ୍ଲଡ଼ ଡୋନର ରୀନା କମ୍ପ,ଟିଟୁ ଗାମିନା,ପବିତ୍ର ମେହେର,ଯୁବ କବି ଦୁର୍ଲ୍ଲଭ ଗଡ଼ତିଆ ଙ୍କ ସକ୍ରିୟ ସହଯୋଗ ରହିଥିଲା।ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ କବିତା ମାଧ୍ୟମରେ ଦର୍ଶକ ମାନଙ୍କୁ ବିଭୋର କରିଦେଇଥିବାବେଲେ ମହାରାଜ ରାବଣ ଅଭିନେତା ସୁଶୀଲ ମେହେର ତାଙ୍କ ଅଭିଭାଷଣରେ ଏବଂ ଡାକ୍ତର ଶଙ୍କର ରାମଚନ୍ଦାନି ଙ୍କ ସହ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ବାଦ୍ୟକାର ଚୁଡ଼ାମଣି ପଶାୟତ ସମ୍ବଲପୁରୀ ଦିନ୍ ଉଚ୍ଛବ ପାଲନ କୁ ପ୍ରସଂଶା କରିବା ସହ ସମଲପୁରୀ ଦିନ ରେ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଧର ପ୍ରଧାନଙ୍କର ଜନମ ଦିନର ଶୁଭେଚ୍ଛା ଜ୍ଞାପନ କରି ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆଲୋ ଚନା କରିଥିଲେ।ସମଗ୍ର ବିଶ୍ଵରେ କିପରି ଏହି ସମଲପୁରୀ ସଂସ୍କୃତି କୁ କିପରି ପ୍ରଚାର ପ୍ରସାର କରାଯାଇ ପାରିବ ସେ ନେଇ ବିଭିନ୍ନ ପ୍ରକାରର ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହୋଇଥିଲା।ଏହି ଅବସରରେ ଅତାବିରା ବ୍ଲକ୍ ଅନ୍ଧାରି ପାଲି ଗ୍ରାମର ଝିଅ ଓପିଏସି ପରୀକ୍ଷା ରେ ରାଜ୍ୟ ରେ ପଞ୍ଚମ ସ୍ଥାନ ଅଧିକାର କରିଥିବା ଶ୍ୱେତଲିନା ମହାନା ଙ୍କୁ ପୁଷ୍ପମାଲ୍ୟ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।ନୃତ୍ୟ ଗୁରୁ ଭାଗବତ ପ୍ରଧାନ ବାଦ୍ୟକାର ଚୁଡ଼ାମଣି ପଶାୟତ ଙ୍କୁ ପଦ୍ମଶ୍ରୀ ସମ୍ମାନ ଯୋଗ୍ୟ ବିବେଚିତ କରି ତାଙ୍କ ଏହି ସମ୍ମାନ ମିଲୁ ବୋଲି ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ ଙ୍କୁ ଅମୃତ ବାରିକ ଅନୁରୋଧ କରିଥିଲେ।ନୃତ୍ୟ ସଙ୍ଗୀତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ରୂପେ”ସମ୍ବଲପୁରୀ ନୁନି ଓ ପିଠା ପଣା ର ସମ୍ଭାର “ସମଲପୁରୀ ବଜାର”କୁ ରଖାଯାଇଥିଲା।”ସମଲପୁରୀ ନୁନି” ରେ ଭାଗ ନେଇଥିଲେ ପଞ୍ଚମ ଶ୍ରେଣୀ ରୁ ଉର୍ଦ୍ଧ୍ବ ବୟସର ଅତାବିରା ଏନ୍ ଏ ସି ର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ର ଛାତ୍ରୀ ମାନେ।ପ୍ରଥମ, ଦ୍ୱିତୀୟ,ତୃତୀୟ ଭାବରେ ଜୁନିୟର ଏବଂ ସିନିୟର ଦଲରୁ ଛଅ ଜଣ ଛାତ୍ରୀ ପ୍ରମୁଖ ଙ୍କୁ ମାନପତ୍ର,ମେମଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ବ୍ଲକରୁ ବିଭିନ୍ନ ଏସ ଏଚ ଜି ଦଲ ଯୋଗ ଦେଇ “ସମଲ ପୁରୀ ବଜାର”ପିଠାପଣା ଖାଦ୍ୟ ସାମଗ୍ରୀ ଓ ହାତ ତିଆରି ଜିନିଷର ପ୍ରଦର୍ଶନ କରିଥିଲେ।ସମଲପୁରୀ ଦିନ୍ ଉଚ୍ଛବ ରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।ପରି ଶେଷରେ ନାଟ୍ୟକାର ମନୋଜ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।
ସାମାଜିକ ଅନୁଷ୍ଠାନ”ଆମ ପରିବାର, ଅତାବିରା” ପକ୍ଷରୁ ସମଲପୁରୀ ଦିନ୍ ଉଚ୍ଛବ ପାଳିତବରଗଡ଼:-(୨.୮)ଗତବର୍ଷ ଭଲି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରା ର ନବ ଗଠିତ ସାମାଜିକ ଅନୁଷ୍ଠାନ”ଆମ ପରିବାର,ଅତାବିରା” ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ କୁ ଦ୍ୱିତୀୟ ବର୍ଷ ରେ ଧୁମଧାମରେ ପାଳିତ ହୋଇଯାଇଛି।ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ”ଆମ ପରିବାର,ଅତାବିରା” ସାମାଜିକ ଅନୁଷ୍ଠାନ ର ସଭାପତି ତଥା ମୁଖ୍ୟ ସାମ୍ବାଦିକ ନବୀନ ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ…
-
ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା l**▪️ଜିଲ୍ଲା ଗୁଡିକ ହେଲା : କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ l**▪️ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।**▪️ ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି।**▪️ ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।*
*🔖ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା l* *▪️ଜିଲ୍ଲା ଗୁଡିକ ହେଲା : କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ l**▪️ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।**▪️ ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି…