-
ମାଲିକ ମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କର ଝାଳବୁହା ଟଙ୍କାକୁ ଲୁଟ୍ କରି ରାଜକୀୟ ସୁଖ କରୁଥିବା ଲାଞ୍ଚୁଆ ଆଉ ଲୁଟେରା IIC ଚିତ୍ତରଞ୍ଜନ ବେହେରା ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଗଲେ ଜେଲ୍ । ତାଙ୍କ ଅପରାଧ ପାଇଁ ତାଙ୍କୁ ମିଳିଛି ୪ ବର୍ଷ ଜେଲ୍ । ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଦେବାକୁ ପଡିବ ଜୋରିମାନା । ଏହି ପୋଲିସ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ଚିତ୍ତରଞ୍ଜନ ବେହେରା । ଖାଲି ସେତିକି ନୁହେଁ, ଏହି ଲାଞ୍ଚ ନେବା ଘଟଣାରେ ଚିତ୍ତରଞ୍ଜନଙ୍କୁ ସହଯୋଗ କରିଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ସ୍ଥାନୀୟ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ୪ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ଏକ ନାରୀ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତଙ୍କର ୩୦୭ ଦଫା କାଟିବାକୁ ଏହି ଲାଞ୍ଚୁଆ ପୋଲିସ ବାବୁ ଚିତ୍ତରଞ୍ଜନ ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।ଗତ ୨୦୨୧ ମସିହା ଫେବୃଆରୀ ୨୬ ତାରିଖରେ ଏହି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଲାଞ୍ଚ ଟଙ୍କା ସହିତ ଢେଙ୍କାନାଳ ନିହଲ ପ୍ରସାଦ ଥାନାର ପ୍ରାକ୍ତନ ଏହି ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ଲାଞ୍ଚ ନେବାରେ ସହଯୋଗ କରିଥିବା ପ୍ରକାଶ ମହାଳିକ ଓ ଲକ୍ଷ୍ମଣ ସେଠୀଙ୍କୁ କାବୁ କରି ଗିରଫ କରିଥିଲେ ।ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ବୁଧବାର ଦିନ (Dt.19.07.2023) ରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି ।ଭଜମନ ବିଶ୍ୱାଳଜାତୀୟ ମାନବାଧିକାର ପ୍ରତିରକ୍ଷାକାରୀନିୟୁ ଦିଲ୍ଲୀ
ମାଲିକ ମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କର ଝାଳବୁହା ଟଙ୍କାକୁ ଲୁଟ୍ କରି ରାଜକୀୟ ସୁଖ କରୁଥିବା ଲାଞ୍ଚୁଆ ଆଉ ଲୁଟେରା IIC ଚିତ୍ତରଞ୍ଜନ ବେହେରା ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଗଲେ ଜେଲ୍ । ତାଙ୍କ ଅପରାଧ ପାଇଁ ତାଙ୍କୁ ମିଳିଛି ୪ ବର୍ଷ ଜେଲ୍ । ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଦେବାକୁ ପଡିବ ଜୋରିମାନା । ଏହି ପୋଲିସ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନାର…
-
ଯୁବକଙ୍କୁ ଗଳା କାଟି ହତ୍ୟାବରଗଡ଼: ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା। ମୃତକ ଜଣକ ହେଉଛନ୍ତି ରାଜୁ ପଧାନ। ସେ ବରଗଡ଼ ନିଲିବନ୍ଧ ପଡ଼ାରେ ଭଡ଼ା ଘରେ ରହୁଥିଲେ। ଆଜି ସକାଳୁ ତାଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ରାଜୁ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ | ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି |
ଯୁବକଙ୍କୁ ଗଳା କାଟି ହତ୍ୟା ବରଗଡ଼: ବରଗଡ଼ରେ ଯୁବକଙ୍କୁ ଗଳା କାଟି ହତ୍ୟା। ମୃତକ ଜଣକ ହେଉଛନ୍ତି ରାଜୁ ପଧାନ। ସେ ବରଗଡ଼ ନିଲିବନ୍ଧ ପଡ଼ାରେ ଭଡ଼ା ଘରେ ରହୁଥିଲେ। ଆଜି ସକାଳୁ ତାଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ରାଜୁ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ | ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହାର ଅନୁସନ୍ଧାନ ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି |
-
ଆଜି_ବସିବ_BJDର_ସଂସଦୀୟ_ଦଳ_ବୈଠକ*-ସଂସଦର ମୌସୁମୀ ଅଧିବେଶନ ପାଇଁ ବସିବ ବୈଠକ**-ଗୃହରେ ଆଭିମୁଖ୍ୟ ନେଇ ରଣକୌଶଳ ପ୍ରସ୍ତୁତ କରୁଛି BJD**-ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ**-ରାଜ୍ୟ ସ୍ବାର୍ଥକୁ ମୁଦ୍ଦା କରି ସାଂସଦରେ ହକ ମାଗିବ**-ଆସନ୍ତା ୨୦ରୁ ଅଧିବେଶନ*
*ଆଜି_ବସିବ_BJDର_ସଂସଦୀୟ_ଦଳ_ବୈଠକ* *-ସଂସଦର ମୌସୁମୀ ଅଧିବେଶନ ପାଇଁ ବସିବ ବୈଠକ**-ଗୃହରେ ଆଭିମୁଖ୍ୟ ନେଇ ରଣକୌଶଳ ପ୍ରସ୍ତୁତ କରୁଛି BJD**-ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ**-ରାଜ୍ୟ ସ୍ବାର୍ଥକୁ ମୁଦ୍ଦା କରି ସାଂସଦରେ ହକ ମାଗିବ**-ଆସନ୍ତା ୨୦ରୁ ଅଧିବେଶନ*
-
ମାଧ୍ୟମିକ ଶିକ୍ଷାରେ ବିଜ୍ଞାନ ପ୍ରାକ୍ଟିକାଲ୍କୁ ଗୁରୁତ୍ୱ; ପ୍ରତି ସ୍କୁଲ୍ରେ ରହିବ ଲାବୋରାଟୋରୀଯୁକ୍ତଦୁଇରେ ପ୍ରାକ୍ଟିକାଲ ପାଇଁ ପିଲାଙ୍କ ଉପରେ ପଡ଼ୁଥିବା ଚାପକୁ କମାଇବା ପାଇଁ ସରକାରୀ ସ୍କୁଲ ସ୍ତରରୁ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ଯୋଜନା । ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସେକେଣ୍ଡାରୀ ତଥା ମାଧ୍ୟମିକ ସ୍କୁଲଗୁଡିକରେ ବିଜ୍ଞାନ ଲାବୋରାଟୋରୀ ଏବଂ ଲାବୋରାଟୋରୀଆନ୍ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଇଛି ।ଆସନ୍ତା ଶିକ୍ଷାବର୍ଷରୁ ଉଭୟ ନବମ ଏବଂ ଦଶମଶ୍ରେଣୀ ପିଲାଙ୍କୁ ବିଜ୍ଞାନ ଲାବୋରାଟୋରୀ ବ୍ୟବସ୍ଥା ଯୋଗାଇବା ସହ ଏନେଇ ଲାବୋରାଟୋରୀଆନ୍ଙ୍କୁ ନିଯୁକ୍ତ କରାଯିବ । ରାଜ୍ୟରେ ମୋଟ୍ ୬୭ହଜାର ୯୬୧ଟି ସ୍କୁଲ ରହିଛି । ସେଥିରୁ କେବଳ ମାଧ୍ୟମିକ ସ୍କୁଲ ସଂଖ୍ୟା ୯୮୭୨ଟି ରହିଛି । ତେବେ ରାଜ୍ୟରେ ଉଭୟ ନବମ ଏବଂ ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୬୪୭ ରହିଛି । ସ୍କୁଲ ସ୍ତରରେ ବିଜ୍ଞାନକୁ ଅଧିକ ଆଦୃତ କରିବା ଲାଗି ସରକାର ବିଜ୍ଞାନ ମେଳା ତଥା ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରୁଥିବା ବେଳେ ସ୍କୁଲ ଗୁଡ଼ିକରେ ଉନ୍ନତ ବିଜ୍ଞାନ ଲାବୋରାଟୋରୀର ସୁବିଧା ହୋଇପାରି ନାହିଁ ।କେବଳ ବିଜ୍ଞାନ ପାଠ୍ୟପୁସ୍ତକକୁ ପଢ଼ା ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ଲାବୋରାଟୋରୀରେ ପ୍ରାକ୍ଟିକାଲ ସୁବିଧାରୁ ବଞ୍ôଚତ ହେଉଛନ୍ତି । ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଆ ମାଧ୍ୟମ ପିଲାମାନେ ଉଭୟ ବିଜ୍ଞାନ ଏବଂ ପ୍ରାକ୍ଟିକାଲରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରିପାରୁନାହାନ୍ତି । ଯେଉଁଥିପାଇଁ ଯୁକ୍ତଦୁଇ ଏବଂ ପରେ ବୈଷୟିକଶିକ୍ଷାରେ ନିଜର କ୍ୟାରିୟର ଠିକ୍ ଭାବେ ଗଢ଼ି ପାରୁନାହାନ୍ତି । ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରଥମଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଉଦ୍ୟମ କରୁଛି । ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପାଠକ୍ରମ ସାଙ୍ଗକୁ ବିଷୟଭିତ୍ତିକ ପ୍ରାକ୍ଟିକାଲ ଯେପରି ପିଲାମାନେ ପାଇପାରିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି ।ରାଜ୍ୟର ସବୁ ମାଧ୍ୟମିକ ସ୍କୁଲରେ ଆସନ୍ତା ଶିକ୍ଷାବର୍ଷ ଠାରୁ ବିଜ୍ଞାନ ପ୍ରାକ୍ଟିକାଲ ଲାଗି ବ୍ୟବସ୍ଥା କରାଯିବ । ଏନେଇ ପ୍ରତି ସ୍କୁଲ ପିଛା ୫୦ହଜାର ଟଙ୍କା ବ୍ୟୟ କରାଯିବ । ତେବେ ମୋଟ୍ ଉପରେ ବିଜ୍ଞାନ ଲାବୋରାଟୋରୀ ଲାଗି ୪୯କୋଟି ୩୬ଲକ୍ଷ ଟଙ୍କା ସରକାର ବ୍ୟୟ କରିବେ । ଏହା ସହିତ ପ୍ରତି ବିଜ୍ଞାନ ଲାବୋରାଟୋରୀ ଲାଗି ଜଣେ ଲେଖାଏଁ ଲାବୋରାଟୋରୀଆନ୍ ରହିବେ । ମାତ୍ର ଏହି ପଦବୀ ଲାଗି ନୂତନ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ କି ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି । ତେବେ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ଏହି ପ୍ରାକ୍ଟିକାଲ ଲାଗି ଅତିରିକ୍ତ ଦାୟିତ୍ୱ ଦେବାକୁ ସରକାର ବିଚାର କରୁଛନ୍ତି ।ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସରକାରୀ ସ୍କୁଲ ଗୁଡିକରେ ଭିତ୍ତିିଭୂମି ଏବଂ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଜ୍ଞାନରେ ଅଧିକ ଦକ୍ଷତା ବୃଦ୍ଧି ପାଇଁ ସୁରଭି ଭଳି ବିଜ୍ଞାନ ମେଳା ଏବଂ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀର ଆୟୋଜନ ହେଉଥିବା ବେଳେ ସ୍କୁଲସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ଆୟୋଜନ କରାଯାଉଛି । ଏହି ପ୍ରଦର୍ଶନୀରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ଉଚ୍ଚମାନର ପ୍ରକଳ୍ପ ପ୍ରଦର୍ଶନ କରି ନିଜର ଦକ୍ଷତା ପ୍ରତିପାଦନ କରିବାରେ ସଫଳ ହୋଇପାରୁଛନ୍ତି । ମାତ୍ର ସେମାନଙ୍କ ଲାଗି ସ୍କୁଲସ୍ତରରେ ପ୍ରାକ୍ଟିକାଲ ଲାଗି କୌଣସି ସୁବିଧା ନାହିଁ । ଯଦି ବିଜ୍ଞାନ ଲାବୋରାଟୋରୀର ସୁବିଧା ଏବଂ ପ୍ରାକ୍ଟିକାଲ ଯୋଗାଇବା ପାଇଁ ଲାବୋରାଟୋରୀଆନ୍ଙ୍କୁ ନିଯୁକ୍ତ କରାଯାଏ; ତେବେ ସରକାରୀ ସ୍କୁଲରେ ପଢ଼ୁଥିବା ଓଡ଼ିଆ ପିଲାମାନେ ବିଜ୍ଞାନରେ ବେଶ୍ ଆଗକୁ ବଢ଼ିପାରିବେ ।ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଆସନ୍ତା ୬ମାସ ମଧ୍ୟରେ ସବୁ ମାଧ୍ୟମିକ ସ୍କୁଲର ଭିତ୍ତିଭୂମି ଯାଞ୍ଚ କରାଯିବ । କେଉଁ ସ୍କୁଲରେ କେତେ ପିଲା ପଢ଼ୁଛନ୍ତି ତାହାର ରିପୋର୍ଟ ଜିଲ୍ଲା ଶିକ୍ଷାଅଧିକାରୀମାନେ ଦାଖଲ କରିବେ । ଏହାବ୍ୟତୀତ ରାଜ୍ୟରେ ମାଧ୍ୟମିକ ସ୍କୁଲରେ କେତେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏବଂ ସେମାନଙ୍କ ପ୍ରାକ୍ଟିକାଲ ଦେବା ଲାଗି କେତେ ଦକ୍ଷତା ରହିଛି ତାହା ମଧ୍ୟ ଯାଞ୍ଚ କରାଯିବ । ଏହାବ୍ୟତୀତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ କେବଳ ନବମ ଓ ଦଶମ ପିଲାଙ୍କ ଲାଗି ରାଜ୍ୟସ୍ତରୀୟ ବିଜ୍ଞାନ ମେଳାର ଆୟୋଜନ କରାଯିବା ସହ ଜାତୀୟସ୍ତରରେ ଏହି ପିଲାମାନେ କିପରି ସାମିଲ ହେବେ ସେ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ମାଧ୍ୟମିକ ଶିକ୍ଷାରେ ବିଜ୍ଞାନ ପ୍ରାକ୍ଟିକାଲ୍କୁ ଗୁରୁତ୍ୱ; ପ୍ରତି ସ୍କୁଲ୍ରେ ରହିବ ଲାବୋରାଟୋରୀ ଯୁକ୍ତଦୁଇରେ ପ୍ରାକ୍ଟିକାଲ ପାଇଁ ପିଲାଙ୍କ ଉପରେ ପଡ଼ୁଥିବା ଚାପକୁ କମାଇବା ପାଇଁ ସରକାରୀ ସ୍କୁଲ ସ୍ତରରୁ ଆରମ୍ଭ ହେବାକୁ ଯାଉଛି ଏକ ନୂତନ ଯୋଜନା । ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ ସେକେଣ୍ଡାରୀ ତଥା ମାଧ୍ୟମିକ ସ୍କୁଲଗୁଡିକରେ ବିଜ୍ଞାନ ଲାବୋରାଟୋରୀ ଏବଂ ଲାବୋରାଟୋରୀଆନ୍ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଶିକ୍ଷାବର୍ଷରୁ ଉଭୟ ନବମ ଏବଂ ଦଶମଶ୍ରେଣୀ ପିଲାଙ୍କୁ ବିଜ୍ଞାନ ଲାବୋରାଟୋରୀ ବ୍ୟବସ୍ଥା ଯୋଗାଇବା…
-
ବରପଦା ଛକରୁ ଫୁଣି ଷାଠିଏ ଲିଟର ମଦ ଜବତ
ବରପଦା ଛକ ଠାରେ ୬୦ ଲିଟର ମଦ ଜବତ, ଜଣକୁ ଗିରଫ କଲା ଗଁଦିଆ ପୋଲିସ https://publicapp.co.in/video/sp_0y3f3kugumiqd?share=true
-
ବିଷୟ ::ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମପୋଟାଲ :::ବରଗଡ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଗତ କାଲି ପଶ୍ଚିମ ଓଡିଶା ୱେବମିଡିଆ ସଙ୍ଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ଏଗାର ଟି ଜିଲ୍ଲା ର ୱେବ ମିଡ଼ିଆ ରେ କାର୍ଯ୍ୟରତ ବନ୍ଧୁମାନେ ଯୋଗ ଦେଇଥିଲେ, ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ସଭାପତି ଅସିତ ସ୍ବାଇଁ ଅତିଥୁ କଂଗ୍ରେସ ନେତା ନିପନ ଦାସ ସମ୍ମାନିତ ଅତିଥ୍ୟ ବରଗଡ ଉପଜିଲ୍ଲାପାଳ ଲଲାଟ କୁମାର ଲୁହା ମୁଖ୍ୟ ଅତିଥ୍ ବରଗଡ ସାଂସଦ ସୁରେଶ ପୂଝାରି ଯୋଗ ଦେଇଥିଲେ . ବର୍ତମାନ ୱେବମିଡିଆ ର ଚାହିଦା, ଲୋକପ୍ରିୟତା, ୱେବମିଡିଆ ର ଭୂମିକା, ସାମ୍ବାଦିକ ତା ଜୀବନୀ ବିଷୟ ରେ ଆଲୋଚନା କରିଥିଲେ. ଆସିଥିବା ୱେବମିଡିଆ ବନ୍ଧୁ ମାନଙ୍କ ମଧ୍ୟରେ ବନ୍ଧୁମିଳନ ହୋଇଥୁଲା ପ୍ରରିଚୟ ଆଦାନପ୍ରଦାନ ହୋଇଥ୍ଲା.ଆସିଥିବା ସାମ୍ବାଦିକ, ଏଡିଟର, ଅର୍ଗା ନାଇୟର ଏବଂ ପ୍ରତିନିଧି ବିଭିନ୍ନ କ୍ଷେତ୍ର ରେ ଲୋକ ପ୍ରିୟତା ପାଇଥୁବା ପ୍ରତିଭା ମାନଙ୍କୁ ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ତରଫରୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା ।ବରଗଡ ଜିଲ୍ଲା ରୁ ସୁଜିତ କୁମାର ଦାଶ ଙ୍କ ରିପୋର୍ଟ
ବିଷୟ ::ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘର ବନ୍ଧୁମିଳନ କାର୍ଯ୍ୟକ୍ରମ ପୋଟାଲ :::ବରଗଡ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଗତ କାଲି ପଶ୍ଚିମ ଓଡିଶା ୱେବମିଡିଆ ସଙ୍ଘ ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ଏଗାର ଟି ଜିଲ୍ଲା ର ୱେବ ମିଡ଼ିଆ ରେ କାର୍ଯ୍ୟରତ ବନ୍ଧୁମାନେ ଯୋଗ ଦେଇଥିଲେ, ପଶ୍ଚିମ ଓଡିଶା ୱେବ ମିଡ଼ିଆ ସଙ୍ଘ ର ସଭାପତି ଅସିତ ସ୍ବାଇଁ ଅତିଥୁ…
-
ଅତାବିରା ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମବରଗଡ ଜିଲ୍ଲା ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ାଏହି କାର୍ୟ୍ଯକ୍ରମରେ ଜିଲାପାଳ ମୋନିଷା ବାନାର୍ଜୀ, ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ଏବିଡିଓ ଗିରିନ୍ଦ୍ର କୁମାର ସାହୁ, ବ୍ଲକ ଚେୟାରମ୍ୟାନ ଗୀତାଜଂଳୀ ନାଏକ, ଉପଜିଲ୍ଲାପାଳ ଲଲାଟ କୁମାର ଲୁହା, ଜିଲା ପ୍ରକଳ୍ପ ଅଧିକାରୀ ଆଦିତ୍ୟ ଗୋଏଲ, ଅତିରିକ୍ତ ତହସିଲଦାର ରଂଜନ ଦାସ, ଏନଏସି ଚେୟାରମ୍ୟାନ ବନମାଳୀ ବରିହା, ଏନଏସି କାର୍ୟ୍ଯନିର୍ବାହି ଅଧିକାରୀ ସତ୍ଯନାରାୟଣ ତାଣ୍ଡି, ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ପ୍ରମୁଖ ପ୍ରଶାସନିକ ଅଧିକାରୀ ଜନପ୍ରତିନିଧି ଯୋଗ ଦେଇଥିଲେ ା ଗ୍ରାମାଞ୍ଚଳରୁ ଲୋକେ ନିଜନିଜ ସମସ୍ୟା ଗୁଡିକ ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ା
ଅତାବିରା ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ବରଗଡ ଜିଲ୍ଲା ପୂର୍ବାହ୍ନ ୧୧ଟା ସମୟରେ ଅତାବିରା ବ୍ଲକ ସଭାଗୃହରେ ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ାଏହି କାର୍ୟ୍ଯକ୍ରମରେ ଜିଲାପାଳ ମୋନିଷା ବାନାର୍ଜୀ, ବିଡିଓ ପ୍ରମୋଦ ଚନ୍ଦ୍ର ମେହେର, ଏବିଡିଓ ଗିରିନ୍ଦ୍ର କୁମାର ସାହୁ, ବ୍ଲକ ଚେୟାରମ୍ୟାନ ଗୀତାଜଂଳୀ ନାଏକ, ଉପଜିଲ୍ଲାପାଳ ଲଲାଟ କୁମାର ଲୁହା, ଜିଲା ପ୍ରକଳ୍ପ ଅଧିକାରୀ ଆଦିତ୍ୟ ଗୋଏଲ, ଅତିରିକ୍ତ ତହସିଲଦାର ରଂଜନ ଦାସ, ଏନଏସି ଚେୟାରମ୍ୟାନ ବନମାଳୀ ବରିହା,…
-
ସୁରଜ ହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ : ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ସୁରଜ ଦାଶ ହତ୍ୟା ମାମଲାର ରବିବାର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ମାମଲାରେ ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ ୧୬ ବ୍ରହ୍ମଚାରୀର ଆକାଶ ପାଇକ(୨୧), ତାଙ୍କ ଭାଇ ବଣ୍ଟି ପାଇକ(୨୧), ଓ୍ବାର୍ଡ ନଂ-୧୧ ନୂଆପଡ଼ାର କାଜୁ ଭୋଇ(୨୧) ଏବଂ ଓ୍ବାର୍ଡ ନଂ-୫ ବିଶିପଡ଼ାର ତରୁଣ ବାରିକ(୨୬)। ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ପଥର, ଠେଙ୍ଗା, ଗାମୁଛା, ଗୋଟିଏ ମୋବାଇଲ ଏବଂ ଗୋଟିଏ ବାଇକ୍ ଜବତ ହୋଇଛି। ପୋଲିସ ସେମାନଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ ଦଫାରେ କେସ୍ ନଂ ୪୬୭/୨୩ରେ ଏକ ମାମଲା ରୁଜୁ କରିଛି। ରବିବାର ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍ପି ତପନ କୁମାର ପଟ୍ଟନାୟକ ସୂଚନା ଦେଇ କହିଥିଲେ, ଶନିବାର ଗାନ୍ଧିଛକ ନିକଟ ଫରେଷ୍ଟ ଅଫିସ ସମ୍ମୁଖ ତଥା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟ ଗଳିରାସ୍ତାରେ ସୁରଜଙ୍କ ମୃତଦେହ ପଡ଼ିଥିଲା। ମୃତକଙ୍କ ବଡ଼ଭାଇ ଶଙ୍କର ଏନେଇ ଏତଲା ଦେବା ପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ ସହିତ ଘଟଣାସ୍ଥଳର ଆଖପାଖରେ ରହିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଲାଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ପୂର୍ବ ଶତ୍ରୁତା ଏବଂ ଅବୈଧ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତମାନେ ବୟାନ ଦେଉଥିବା ବେଳେ ସେ ନେଇ ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସ୍ପି କହିଛନ୍ତି। ସେହିପରି ପୋଲିସକୁ ଭ୍ରମରେ ପକାଇବା ପାଇଁ ଅଭିଯୁକ୍ତମାନେ ସୁରଜଙ୍କୁ ଅନ୍ୟତ୍ର ହତ୍ୟା ପରେ ମୃତଦେହକୁ ସେଠାରେ ପକାଇ ଦେଇ ଚାଲି ଯାଇଥିବା ସ୍ବୀକାର କରିଛନ୍ତି ବୋଲି ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ୍ କାଣ୍ଡନକେଲ ମଧ୍ୟ ଉପସ୍ଥିତ ଥିଲେ।
ସୁରଜ ହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ : ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ସୁରଜ ଦାଶ ହତ୍ୟା ମାମଲାର ରବିବାର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ମାମଲାରେ ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ ୧୬ ବ୍ରହ୍ମଚାରୀର ଆକାଶ ପାଇକ(୨୧), ତାଙ୍କ ଭାଇ ବଣ୍ଟି ପାଇକ(୨୧), ଓ୍ବାର୍ଡ ନଂ-୧୧ ନୂଆପଡ଼ାର କାଜୁ ଭୋଇ(୨୧) ଏବଂ ଓ୍ବାର୍ଡ ନଂ-୫ ବିଶିପଡ଼ାର…
-
ଜୋତା କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା ଭୁବନ( ପୂର୍ଣ୍ଣ ଚନ୍ଦ୍ର ସାହୁ )ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି | ଯାହାକୁ ନେଇ ବିଭତ୍ସ ହତ୍ୟା ର ସନ୍ଦେହ କରାଯାଇଛି | ବାଲିବୋ ପଞ୍ଚାୟତର ଅନନ୍ତପୁର ଠାରୁ ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ ମୁଣ୍ଡ ବିହନ ମହିଳା ଙ୍କ ଶବ ପଡ଼ିରହିଛି | ସ୍ଥାନୀୟ ଚାଷୀ ଙ୍କ ଠାରୁ ଖବର ପାଇ ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ବେହେରା ପୋଲିସକୁ ଖବର ଦେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି ବୋଲି କହିଛନ୍ତି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ | ସୂଚନା ଅନୁଯାୟୀ ମହିଳା ଙ୍କ ବୟସ( 40)ହେବ | ଛିଟ ଲୁଗା ପିନ୍ଧିଥିଲେ | ମହିଳା ଙ୍କ ର ମୁଣ୍ଡ ଓ ଗଣ୍ଡି ଅଲଗା ପଡିଛି | ଏହା ରାସ୍ତା କଡ଼ ନାଳ କୁଳ ରେ ପଡିଥିବାରୁ ହତ୍ୟା ବୋଲି ସନ୍ଦେହ ହେଉଛି | ଶବ ଟିରୁ ଜଣାଯାଉଛି ଯେ ମହିଳା ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି | ମହିଳା ଙ୍କ ସ୍ତନ କାଟି ଫୋପାଡ଼ି ଦିଆଯାଇଛି | ଗଣ୍ଡି ଠାରୁ ମୁଣ୍ଡ ଅଲଗା ହୋଇ ପଡିଛି | ଏନେଇ ପୋଲିସ ପକ୍ଷରୁ ରୁ ଅଜଣା ହଜିଯାଇଥିବା କୌଣସି ମହିଳାଙ୍କ ବିଷୟରେ ବିଭିନ୍ନ ସୋର୍ସ ରୁ ଖବର ସଂଗ୍ରହ ନିମନ୍ତେ ଚେଷ୍ଟା ଜାରିରହିଛି | କିଛି ଦୂରରୁ ଏକ ସାଣ୍ଡାଲ ଜୋତା ମିଳବା ଓ ମହିଳା ଶାରୀରିକ ଅବସ୍ଥା ରୁ ଜଣାଯାଏ ଯେ ସେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀ ର ଅଟନ୍ତି | ଶବ କୁ ଜବତ ମଧ୍ୟ କରାଯାଇଛି | ଫରେନସିକ ଟିମ ର ଆକାଳନ ଜୋତା ଓ ବିଅର ବୋତଲ କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା
ଜୋତା କହିବ ବାଲିବୋରେ ମୁଣ୍ଡ ବିହୀନ ମହିଳାଙ୍କ ଶବ ର କଥା ଭୁବନ( ପୂର୍ଣ୍ଣ ଚନ୍ଦ୍ର ସାହୁ )ଭୁବନ ଥାନା ଅନ୍ତର୍ଗତ ବାଲିବୋ ଅଞ୍ଚଳରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡି ଥିବାର ଦେଖାଯାଇଛି | ଯାହାକୁ ନେଇ ବିଭତ୍ସ ହତ୍ୟା ର ସନ୍ଦେହ କରାଯାଇଛି | ବାଲିବୋ ପଞ୍ଚାୟତର ଅନନ୍ତପୁର ଠାରୁ ମହୁଲପାଳ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଇପାସ ନିକଟରେ ମୁଣ୍ଡ ବିହନ ମହିଳା ଙ୍କ ଶବ ପଡ଼ିରହିଛି | ସ୍ଥାନୀୟ…
-
ବରଗଡ଼ ରେ ସୁରଜ ହତ୍ୟା ମାମଲା ର ଫର୍ଦାଫାଶ:ଚାରି ଗିରଫ
ସୁରଜ ହତ୍ୟା ମାମଲାର ପର୍ଦ୍ଦାଫାଶ: ୪ ଗିରଫ : ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ସୁରଜ ଦାଶ ହତ୍ୟା ମାମଲାର ରବିବାର ପର୍ଦ୍ଦାଫାଶ କରିଛି ବରଗଡ଼ ଟାଉନ ଥାନା ପୋଲିସ। ଏହି ମାମଲାରେ ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ ୧୬ ବ୍ରହ୍ମଚାରୀର ଆକାଶ ପାଇକ(୨୧), ତାଙ୍କ ଭାଇ ବଣ୍ଟି ପାଇକ(୨୧), ଓ୍ବାର୍ଡ ନଂ-୧୧ ନୂଆପଡ଼ାର କାଜୁ ଭୋଇ(୨୧) ଏବଂ ଓ୍ବାର୍ଡ ନଂ-୫ ବିଶିପଡ଼ାର…