Tag: @narendramodi#dhamendrapradhan #newsupdate #dhenkanal
-
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୯୨ ବର୍ଷ ବୟସରେ ଦେହାନ୍ତ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଦେହାନ୍ତ । ହଠାତ ମନମୋହନଙ୍କ ସ୍ୱାସ୍ତ୍ୟ ଅବସ୍ଥା ବିଗିଡିବାରୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏମ୍ସର ଜରୁରୀକାଲିନ ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେଗତ କାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ଘଟିଛି । ଓଁ ଶାନ୍ତି 🙏💐🙏
-
ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ ଷଷ୍ଠ ଅଲ ଇଣ୍ଡିଆ ଇନଭିଟେସନ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମାରୋହ ରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳର ଯୁବଶକ୍ତିଙ୍କ ମଧ୍ୟରେ ଫୁଟବଲ ଓ ଅନ୍ୟାନ୍ୟ ଖେଳ ପ୍ରତି ଆଗ୍ରହ ବଢାଇବା ଲକ୍ଷ୍ୟରେ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ‘ଷଷ୍ଠତମ ଜାତୀୟସ୍ତରୀୟ ଆମନ୍ତ୍ରଣୀୟ ଫୁଟବଲ ପ୍ରତିଯୋଗିତା’ର ଉଦଯାପନୀ ସମାରୋହରେ ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କଲି । ଆଜି ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇ ଓ କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ, କେରଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ବହୁତ ଆକର୍ଷଣୀୟ ଥିଲା । ଉଭୟ ଦଳ ଭଲ ଖେଳିଲେ । ବିଜୟୀ ଟିମ ସେଣ୍ଟରାଲ ରେଲଓ୍ୱେ ଟିମ, ମୁମ୍ବାଇକୁ ଶୁଭେଚ୍ଛା । ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଢେଙ୍କାନାଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ଏହି ଫୁଟବଲ ମ୍ୟାଚ୍ ମାଧ୍ୟମରେ ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଯେଉଁ ଉଦ୍ୟମ କରୁଛି, ତାହା ପ୍ରଶଂସନୀୟ । ଆପଣମାନଙ୍କ ପ୍ରଚେଷ୍ଟା ଆମ ଅଞ୍ଚଳର ପ୍ରତିଭାବାନ ଯୁବବର୍ଗଙ୍କୁ ଆଗାମୀ ୨୦୩୬ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରାଇବାରେ ସହାୟକ ହେବ । ଏହି ସାଧୁ ଉଦ୍ୟମ ପାଇଁ ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ